The Ultimate Managed Hosting Platform
ADVERTISEMENT

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ; ୨୭ ଜଣଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଫିଲିଫାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଝଟକା । ୨୭ ଜଣଙ୍କ ଚାଲିଗଲା ଜୀବନ ଓ ୧୫୦ ଜଣ ଆହତ ହୋଇଛନ୍ତି । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକମ୍ପ ଝଟକା । ଭୁଶୁଡିଲା ଅନେକ ବଡ ବଡ କୋଠା । ଉଦ୍ଧାର କାର୍ଯ୍ୟ ଜାରି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୯ । ରାତ୍ରି ୯ଟା ୫୯ ସମୟରେ ହୋଇଥିଲା ଭୂକମ୍ପ ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ଅଞ୍ଚଳରେ ହୋଇଥିବା ବେଳେ, ପୁରା ଅଞ୍ଚଳର ଛିନଛତ୍ର ହୋଇପଡିଛି । ବୋଗୋ ଅଞ୍ଚଳରେ ବହୁ ବଡ ବଡ କୋଠା ଓ ରାସ୍ତାଘାଟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଯାଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଭଙ୍ଗା ଘରଦ୍ବାର ତଳେ ଫସିଥିବା ଲୋକଙ୍କୁ ଖୋଜାଖୋଜି କରି ଉଦ୍ଧାର କରୁଛି ଉଦ୍ଧାରକାରୀ ଦଳ । ୨୦୨୩ରେ ମିଜିଓ ସହରର ଏକ ବାସ୍କେଟବଲ କଂପ୍ଲେସ ଭୁଷୁଡି ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଫିଲିଫାଇନ୍ସ ପାସିଫିକ ବେସିନରେ ଆସୁଥିବା ବେଳେ ଅଧିକାଂଶ ସମୟରେ ଭୂକମ୍ପ ହୋଇଥାଏ । ତେବେ ଏଥର ଭୂକମ୍ପର ତୀବ୍ରତା ଅଧିକ ଥିବାରୁ କ୍ଷୟକ୍ଷତି ଓ ଧନଜୀବନ ହାନୀ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login