The Ultimate Managed Hosting Platform
ADVERTISEMENT

ଅଲବିଦା ‘ମିଗ-୨୧’ ; ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ

Facebook
Twitter
LinkedIn

ନୂଆଦିଲ୍ଲୀ : ବାୟୁସେନାର ଲଢୁଆ ବିମାନ ମିଗ-୨୧ ନେଲା ଅବସର । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ଦେଲେ ଅବସର । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ମିଗ-୨୧ । ପ୍ରଥମ ସ୍କ୍ୱାଡ୍ରନ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । କାରଗିଲ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ୟ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ଗତ ଅଗଷ୍ଟ ମାସରେ ରାଜସ୍ଥାନର ନାଲ୍ ବାୟୁସେନା ଏୟାରବେସରୁ ଦେଖିବାକୁ ମିଳିଥିଲା ଶେଷ ମିଗ୍ ୨୧ ଉଡ଼ାଣ । ଉଡାଣରେ ସାମିଲ ଥିଲେ ନିଜେ ବାୟୁସେନା ମୁଖ୍ୟ । ନିରନ୍ତର ସେବା ଯୋଗାଇଥିବା ଏହି ବିମାନ, ଭାରତୀୟ ବାୟୁସେନାର ଗର୍ବ ଓ ଗୌରବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।...

ADVERTISEMENT
ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

କୋଲକତା : ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ମେଡିକାଲ କଲେଜ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଡିନର...

Login