ନୂଆଦିଲ୍ଲୀ : ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ଦ୍ବାରା ଭାରତୀୟ ଔଷଧ ଉଦ୍ୟୋଗ ବିଶେଷକରି ପ୍ରଭାବିତ ହେବା ଆଶଙ୍କା ରହିଛି । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩,୦୦୦ କୋଟି ଟଙ୍କାର ଔଷଧ ରପ୍ତାନି କରିଥାଏ । ୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ ଔଷଧର ଦର ବହୁତ ବଢ଼ିଯିବ । ଆମେରିକା ବଜାରରେ ଦର ବଢ଼ିବାରୁ ଅନ୍ୟ ଦେଶ ୟୁରୋପ୍, ଲାଟିନ୍ ଆମେରିକାର ଯୋଗାଣକାରୀ ଲାଭ କରିପାରନ୍ତି । ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଔଷଧ ଶିଳ୍ପକୁ ସୁରକ୍ଷା ଏବଂ “ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ବୋଲି ବର୍ଣ୍ଣନା କରିଛନ୍ତି । ଭାରତ World Trade Organization (WTO) ମାଧ୍ୟମରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଚ୍ୟାଲେଞ୍ଜ୍ କରିପାରେ ।
ଔଷଧ ଉପରେ ୧୦୦% ଶୁଳ୍କ ଲଗାଇବେ ଟ୍ରମ୍ପ, ପହିଲାରୁ ଲାଗୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା ପାଦୁକୋନ
ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍ ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର...
ନଭେମ୍ବର ୧୫ରେ ‘ମହାନଦୀ’ ଶୁଣାଣି
କଟକ : ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବୁ୍ୟନାଲ ପକ୍ଷ ରଖିଲେ । ଓଡିଶା ଓ...
ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ
ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।...
ଶୈାଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା
ହିନେ୍ଦାଳ : ଶୈାଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗାଲପଡା ନିମବାହାଳି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି ।...