The Ultimate Managed Hosting Platform
ADVERTISEMENT

କିଏ ଭାଙ୍ଗିଲା ମହାପ୍ରଭୁ ଜଗନ୍ନାଥଙ୍କ ଚୁଲା ?

Facebook
Twitter
LinkedIn

କିଏ ଭାଙ୍ଗିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚୁଲା ? କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିଲା କିଏ ? କୁହାଯାଉଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ଜଗନ୍ନାଥଙ୍କ ୪୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଯୋଜନା କରି ଏକାଧିକ ବ୍ୟକ୍ତି ଜଗନ୍ନାଥଙ୍କ ଚୁଲାକୁ ଶାବଳରେ ଭାଙ୍ଗିଥିବା ସୂଚନା ମିଳିଛି । ମନ୍ଦିର ପହଡ଼ ପଡ଼ିବା ପୂର୍ବରୁ ଏସବୁ ଚୁଲାକୁ ଭଙ୍ଗାଯାଇଛି । ପହଡ଼ ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା । ତେଣୁ ପହଡ଼ ପଡ଼ିବା ପୂର୍ବରୁ ଚୁଲା ଭାଙ୍ଗିବା ପାଇଁ ମନ୍ଦିରରେ ଲୁଚି ରହିଥିଲେ ।

ରାତି ସାଢେ ୧୧ଟାରେ ରୋଷଘର ନୀତି ଶେଷ ହୋଇଥିଲା । ଏହା ପରେ ଏକାଧିକ ବ୍ୟକ୍ତି ରୋଷଘରକୁ ପ୍ରବେଶ କରିଥିଲେ । କୁହାଯାଉଛି ରାତି ସାଢେ ୧୧ଟା କିମ୍ବା ୧୨ଟା ପରେ ଚୁଲା ଭଙ୍ଗାଯାଇଛି । ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନ କରୁଛି । ଦୋଷୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ବିଶେଷ କରି ସୁଆର ମହାସୁଆର ନିଯୋଗର ସେବାୟତମାନେ ଶ୍ରୀମନ୍ଦିର ରୋଷଘରେ କାରବାର କରିଥାନ୍ତି । ତେଣୁ କେଉଁମାନେ ଏହି ଚୁଲା ଭାଙ୍ଗିଛନ୍ତି ତାହା ରୋଷଘର ପ୍ରବେଶ ପଥରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ରୋଷଘର ଭିତରେ ସିସିଟିଭି ଲାଗେନାହିଁ ।

ଏହା ପରମ୍ପରା ବିରୋଧୀ ହୋଇଥିବାରୁ କେବଳ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ହେଲେ ସେବାୟତମାନଙ୍କ କହିବା ହେଲା ଏହି ସିସି କ୍ୟାମେରା ବହୁ ଦିନରୁ ଅଚଳ ହୋଇଯାଇଛି । ଯାହା ଏକ ଦ୍ୱନ୍ଦ୍ୱାତ୍ମମ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଶନିବାର ରାତ୍ର ପହୁଡ ବେଳେ କେଉଁମାନେ ରୋଷଘର ଦାୟିତ୍ୱରେ ଥିଲେ, ଏମାନେ କେତେବେଳେ ଗଲେ ସେସବୁର ଟିଖିନିଖି ଅନୁଧ୍ୟାନ କଲେ ପ୍ରକୃତ ଦୋଷୀଙ୍କ ପାଖରେ ପହଂଚି ପାରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲିର ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି । ରୋଷଘରେ ଥିବା ୨୪୦ ଚୁଲାରୁ ପ୍ରାୟ ୪୦ରୁ ଅଧିକ ଚୁଲା ଭାଙ୍ଗିଦେବା ପରେ ଭୋଗ ଉଠିବାରେ ବିଳମ୍ବ ହୋଇଥିଲା ।ସ୍ୱୟଂ ମାଆ ଲକ୍ଷ୍ମୀ ସାଆନ୍ତାଣୀ ଶ୍ରୀମନ୍ଦିର ରୋଷଶାଳାରେ ନିଜ ହାତରେ ଭୋଗ ପ୍ରସ୍ତୁତ କରୁଥିବା ବିଶ୍ୱସ ରହିଛି । ନହେଲେ ପ୍ରତିଦିନ ଶହଶହ ଲୋକଙ୍କୁ ମହାପ୍ରସାଦ ଯୋଗାଇବା ସମ୍ଭବ ହୁଅନ୍ତା ନାହିଁ । ଏଭଳି ବିଶ୍ୱାସ ଭିତରେ ରୋଷଶାଳାର ଚୁଲା ଭାଙ୍ଗିଦେବା ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login