The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମୁହଁରେ ଥିବା କଳା ଦାଗକୁ ନେଇ ଚିନ୍ତିତ ? କି ଏହି ପରିବାକୁ କରନ୍ତୁ ବ୍ୟବହାର

Facebook
Twitter
LinkedIn

ବ୍ୟୁରୋ : ଆଜିକାଲିର ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ତ୍ବଚାରେ ବ୍ରଣ, କଳା ଦାଗ ଆଦି ହେବାର ଆଶଙ୍କା ବଢୁଛି । ବ୍ରଣ କିମ୍ବା କୌଣସି ଇନଫେକସନ୍ ହେବା ଦ୍ବାରା ମୁହଁରେ କଳା ଦାଗ ଦେଖାଦେଇଥାଏ । ଯାହା ତ୍ବଚାର ଚମକକୁ ନିମିଷକ ମାତ୍ରେ ଖରାପ କରିଦେଇଥାଏ । ଯାହା ପରବତ୍ତୀ ସମୟରେ ଚିନ୍ତାର କାରଣ ପାଲଟିଯାଇଥାଏ । କମ୍ ଟଙ୍କାରେ ଘରୋଇ ଉପଚାର ମାଧ୍ୟମରେ ଆପଣମାନେ ଏହି ସବୁ ତ୍ବଚା ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ସେହି ଲାଭକାରୀ ପରିବାଟି ହେଉଛି ଟମାଟୋ ଅର୍ଥାତ୍ ବିଲାତି । ଯାହା ଆପଣଙ୍କ ଘରେ ସହଜରେ ମିଳିଯିବ । ତେଣୁ ବ୍ୟସ୍ତ ହେବାର ଦରକାର ନାହିଁ ଏହି ଘରୋଇ ଉପଚାରକୁ ଉପଯୋଗ କରି ନିଜର ତ୍ବଚାକୁ ସୁରକ୍ଷିତ ରଖିପାରିବେ । ଯଦି ଆପଣଙ୍କ ମୁହଁରେ କୌଣସି କଳା କିମ୍ବା ନାଲି ଦାଗ ହୋଇଛି ତେବେ ଆପଣ ଟମାଟୋ ଲଗାଇ ଏହି ଦାଗକୁ ଦୂର କରିପାରିବେ । ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଏକ ଚମକ ଆଣିବାରେ ସାହାର୍ୟ୍ୟ କରିବ । ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ତ୍ବଚାରେ ହୋଇଥିବା ଦାଗ ଉପରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍କୁ ମଧ୍ୟ ମୁହଁରେ ମାସ୍କ ଭାବେ ଲଗାଇ ପାରିବେ । ଏହା ବ୍ୟତୀତ ଟମାଟୋ ସହ ମହୁକୁ ମିଶାଇ ମଧ୍ୟ ତ୍ବଚାରେ ବ୍ୟବହାର କରିପାରିବେ । ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି । ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ତେଣୁ ଅଧା କପ୍ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login