ନୂଆଦିଲ୍ଲୀ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଟିମକୁ ଫେରିଛନ୍ତି ଦେବଦତ୍ତ ପାଡ୍ଡିକିଲ । ସେହିପରି ଇଂଲଣ୍ଡ ଗସ୍ତ ବେଳେ କରୁଣ ନାୟରଙ୍କୁ ସ୍ଥାନ ମିଳିଥିଲା, କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯାଇଛି । ରିଷଭ ପନ୍ତଙ୍କ ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ମିଳିନି । ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଏହି ଟେଷ୍ଟ ସିରିଜ୍ ପାଇଁ ଚୟନ ଦୌଡ଼ରୁ ବାଦ ଦିଆଯାଇଛି । ପନ୍ତଙ୍କ ପାଦରେ ଲାଗିଥିବା ଆଘାତ ସଂପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଅକ୍ଟୋବରରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ।
ଭାରତୀୟ ଟେଷ୍ଟ ଟିମ୍ : ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।
ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ
ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...
‘ବଣିକ’ ପଠାଇଥିଲା ପରୀକ୍ଷାର୍ଥୀ ; CB DSP
ଭୁବନେଶ୍ୱର : ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ରେଡ
ଭୁବନେଶ୍ୱର : 'ବଣିକ' କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ
କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...