The Ultimate Managed Hosting Platform
ADVERTISEMENT

କୋଳରେ ପିଲାକୁ ଧରିଥିବା ବାପାଙ୍କୁ ଲାଠିଚାର୍ଜ; ଏସ୍‌ଏଚ୍‌ଓ ସସ୍‌ପେଣ୍ଡ ।

Facebook
Twitter
LinkedIn

କାନୁର : ବାପାଙ୍କୁ ଅତି ନିର୍ମମ ଭାବରେ ମାଡ ମରାଯାଉଥିବାର ଦେଖି, ପିଲାଟି କୋଳରେ କାନ୍ଦିବାକୁ ଲାଗିଥିଲା । ଉତ୍ତର ପ୍ରଦେଶର କାନୁର ଅଞ୍ଚଳରୁ ପୋଲିସ ଅତ୍ୟାଚାରର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏ ଛୋଟ ପିଲାକୁ ଧରିଥିବା ବେଳେ ତାର ବାପାଙ୍କ ଉପରକୁ ପୋଲିସ୍ ଲାଠି ପ୍ରହାର କରୁଥିବା ଦେଖିବାକୁ ମିଳିଛି । ଏବଂ ସେହି ବ୍ୟକ୍ତିଙ୍କ କୋଳରେ ଥିବା ତାଙ୍କ ପିଲାଟି ଜୋରରେ କାନ୍ଦୁଥିବାର ମଧ୍ୟ ଏଥିରେ ଦେଖାଯାଉଛି ।

ଏକ ମିନିଟ୍ରୁ କମ୍ ସମୟର ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ପୋଲିସ୍ ଯେଉଁ ବ୍ୟକ୍ତିଙ୍କୁ ମାଡ଼ ମାରୁଥିଲା, ସେ ବ୍ୟକ୍ତି ଜଣକ ବାରମ୍ବାର ପୋଲିସକୁ ନିବେଦନ କରୁଥିଲା ଯେ ପିଲାଟିକୁ ବାଜି ଯିବାର ଆଶଙ୍କା ଅଛି, କିନ୍ତୁ ପୋଲିସ ତାହା ଶୁଣିବାକୁ ପ୍ରସ୍ତୁତ ନଥିଲା । ଏନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ୟୁପି ପୋଲସକୁ କଡ଼ା ସମାଲୋଚନା କରାଯାଇଛି ।

ଏହି ଘଟଣାରେ ଲାଠି ଚାର୍ଜ କରୁଥିବା ଏସ୍‌ଏଚ୍‌ଓଙ୍କୁ ନିଲମ୍ବିତ କର।ଯ।ଇଥିବା ବେଳେ, ପୋଲିସ ଏଥିରେ ସଫେଇ ଦେଇ କହିଛି ଯେ, ମାଡ଼ ମରାଯାଉଥିବା ବ୍ୟକ୍ତି ଏବଂ ତାଙ୍କ ଭାଇ ଡାକ୍ତରଖାନାରେ ବିଶୃଙ୍ଖଳା କରୁଥିବା ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଏକ ଶକ୍ତିଶାଳୀ ଆଇନ ଶୃଙ୍ଖଳା ବ୍ୟବସ୍ଥା ହେଉଛି ଯେଉଁଠାରେ ଦୁର୍ବଳ ବ୍ୟକ୍ତିମାନେ ନ୍ୟାୟ ପାଇପାରୁଥିବେ। ଏହା ନୁହେଁ ଯେ ନ୍ୟାୟ ଚାହୁଁଥିବା ଲୋକଙ୍କୁ ନ୍ୟାୟ ବଦଳରେ ଏହି ବର୍ବରତାର ସାମ୍ନା କରିବାକୁ ପଡିବ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ଏକ ଭୟଭୀତ ସମାଜ ଆଇନର ଶାସନର ଉଦାହରଣ ନୁହେଁ । ଏକ ଶକ୍ତିଶାଳୀ ନିୟମ ବ୍ୟବସ୍ଥା ହେଉଛି ଯେଉଁଠାରେ ପୋଲିସର ନୁହେଁ, ଆଇନର ଭୟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login