ନୂଆଦିଲ୍ଲୀ : ବାଚିଳିଆମି କରୁଛି ପାକିସ୍ତାନ । ନିଜ ଦେଶରେ କଲା ଏୟାରଷ୍ଟ୍ରାଇକ୍ । ପାକିସ୍ତାନୀ ସେନା ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିବାରୁ ଶିଶୁ ଏବଂ ମହିଳା ସମେତ ୩୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ପାକିସ୍ତାନୀ ବାୟୁସେନା ଭୋର ପ୍ରାୟ ୨ଟା ସମୟରେ ଖୈବର ପଖତୁନଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମତ୍ରେ ଦାରା ଗାଁରେ ଜେଏଫ୍-୧୭ ଲଢ଼ୁଆ ବିମାନରୁ ଅତି କମରେ ୮ଟି ଏଲଏସ-୬ ବୋମା ପକାଇଥିଲା । ଯେଉଁଥିରେ ୩୦ରୁ ଅଧିକ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ପାକିସ୍ତାନ ସରକାର ଏହି ଆକ୍ରମଣ ସମ୍ପର୍କରେ ଏପର୍ୟ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି । ସ୍ଥାନୀୟ ବାସିନ୍ଦା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗାଁର ଲୋକମାନେ ଶୋଇଥିବା ସମୟରେ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଗାଁର ରାସ୍ତା ନଷ୍ଟ ହୋଇଯାଇଥିବାରୁ ଉଦ୍ଧାର ଏବଂ ରିଲିଫ୍ କାର୍ୟ୍ୟ ଅତ୍ୟନ୍ତ କଷ୍ଟକର ହୋଇଥିବା ଜଣାଯାଇଛି । ବୋମା ବିସ୍ଫୋରଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ନିଜ ଦେଶର ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











