ବ୍ୟୁରୋ : ଶାରଦୀୟ ନବରାତ୍ରି ୨୦୨୫ର ଆଜି ପ୍ରଥମ ଦିନ । ଏହି ଅବସରରେ ଆଜି ଦେଶବ୍ୟାପୀ ଭକ୍ତିମୟ ପରିବେଶ ଓ ଉତ୍ସବର ପରିବେଶ । ଦେଶର ପ୍ରମୁଖ ଶକ୍ତିପୀଠ ଓ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ଶୈଳପୁତ୍ରୀ ରୂପରେ । ଶୈଳପୁତ୍ରୀ ବା ଗିରିରାଜ ହିମାଳୟଙ୍କର କନ୍ୟା ହେଉଛନ୍ତି ମା’ ପାର୍ବତୀ । ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ମା’ ସତୀଙ୍କର ଆତ୍ମାହୁତି ପରେ ପୁଣିଥରେ ଜନ୍ମ ନିଅନ୍ତି ହିମାଳୟ କନ୍ୟା ଭାବରେ ଓ କଠୋର ତପ ପରେ ଶ୍ରୀ ଶିବଙ୍କୁ ପୂନର୍ବାର ପତି ରୂପେ ପାଆନ୍ତି । ଶୈଳପୁତ୍ରୀ ଭାବେ ମା’ ପାର୍ବତୀଙ୍କୁ ହିଁ ଉପାସନା କରାଯାଏ । ସେ ଦ୍ୱି ଭୂଜା ଗୋଟିଏ ହସ୍ତରେ ତ୍ରିଶୂଳ ଓ ଅନ୍ୟହସ୍ତରେ ପଦ୍ମ ଧରିଥାନ୍ତି , ବୃଷବାହନା ଓ ସର୍ବଦା ପ୍ରସନ୍ନ ଚିତ୍ତା । ସେ ହେଉଛନ୍ତି ତ୍ରିଦେବ ବ୍ରହ୍ମା-ବିଷ୍ଣ ଓ ମହେଶଙ୍କ ମୂଳ ଶକ୍ତି ସ୍ୱରୂପା । ମା ଶୈଳପୁତ୍ରୀ ସାଧକର ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ମନୋସ୍କାମନା ପୂରଣ କରନ୍ତି । ଯୋଗ ଦୃଷ୍ଟିକୋଣରୁ ନବରାତ୍ରର ପ୍ରଥମ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ।
ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା ; ପ୍ରଥମ ଦିନରେ ପୂଜା ପାଉଛନ୍ତି ମାତା ଶୈଳପୁତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











