ଭୁବନେଶ୍ୱର : ଆଜି ପିତୃପକ୍ଷର ଶେଷ ଦିନ ପବିତ୍ର ମହାଳୟା ଅମାବାସ୍ୟା । ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଦିଆଯିବ “ମହାଳୟା ଶ୍ରାଦ୍ଧ” । ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ । ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍ପରିଣୀରେ ଭିଡ ।
ଆଜି ମହାଳୟା ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବଡ଼ ସମାଗମ । ପିତୃପକ୍ଷର ଶେଷ ଦିନରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ପର୍ୟ୍ୟନ୍ତ ନାଭିଗୟା ଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଦୈନିକ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ କରୁଥିବା ବେଳେ ଆଜି ହେଉଛି ଶେଷଦିନ ।
Views: 123











