ନୂଆଦିଲ୍ଲୀ : ପୁଣି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି । ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରେସମିଟ । ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି କହିଲେ ରାହୁଲ । ରାଜ୍ୟ ବାହାରର ନମ୍ବର ବ୍ୟବହାର କରାଯାଇ ଭୋଟର ଲିଷ୍ଟ ଡିଲିଟ ହୋଇଛି । କର୍ଣ୍ଣାଟକରେ ୬୦୧୮ ଭୋଟର କାଟିଲେ, ମହାରାଷ୍ଟ୍ରରେ ୬୧୮୦ ଯୋଡିଲେ । କର୍ଣ୍ଣାଟକ ସିଆଇଡି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୧୮ ଥର ଚିଠି ଲେଖିଛନ୍ତି । କିନ୍ତୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଗୋଟିଏ ଥର ବି ଉତ୍ତର ମିଳିନି । ଯେଉଁଠି କଂଗ୍ରେସ ଶକ୍ତିଶାଳୀ ସେଠାରେ ଭୋଟର ଲିଷ୍ଟ ଡିଲିଟ । ଫେକ ଲଗ୍ ଇନ୍ ଜରିଆରେ ଭୋଟର ଲିଷ୍ଟ ଡିଲିଟ ହୋଇଛି । ଏହା ସୁନିୟୋଜିତ , ୧୦ ବର୍ଷ ହେଲାଣି ଏଭଳି ଭୋଟ ଚୋରି ଚାଲିଛି । ଏସବୁ କାମ ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି। ସେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଯେଉଁମାନେ ଭାରତୀୟ ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି।”
Views: 48