ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟା ଘଟଣାରେ ନୂଆ ମୋଡ । ରହସ୍ୟ ଘେରରେ ଅଭିଯୁକ୍ତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ । ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଲେ ପ୍ରଥମ ପତ୍ନୀଙ୍କ ପରିବାର । ଦୀପକ ବିରୋଧରେ ତଦନ୍ତ ଦାବି କଲେ ପ୍ରଥମ ପତ୍ନୀଙ୍କ ପରିବାର । ଝିଅକୁ ଦୀପକ ମାରି ଦେଇଥିବା କହିଲେ ମୃତ ଅପର୍ଣ୍ଣାଙ୍କ ମାଆ । କଳିକଜିଆ ଲାଗନ୍ତି, ଝିଅକୁ ଦୀପକ ନିର୍ଯାତନା ଦିଏ । ଝିଅକୁ ଆମେ ବୁଜାବୁଝି କରୁ, ସେତେବେଳେ ଆମ ପାଖରେ ବଳ ନ ଥିଲା । ଲୋକ ବଳ ନ ଥିଲା , ପରିସ୍ଥିତି ଖରାପ ଥିଲା । ତେଣୁ ତଦନ୍ତ ହୋଇପାରିଲାନି । କାଲିର ଘଟଣା ପରେ ଭାବୁଛୁ, ସେ ଆମ ଝିଅକୁ ନିଶ୍ଚିତ ମାରିଥିବ । ସେ ମାରିଦେଇ ଦୁର୍ଘଟଣା କଥା କହୁଛି, ତଦନ୍ତ ହେଉ ଆଉ ଆମକୁ ନ୍ୟାୟ ମିଳୁ । ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ ।
ଅନ୍ୟପଟେ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସ୍ବାମୀ ଦୀପକ ରାଉତ, ଦୁଇ ସହଯୋଗୀ ମାଉସୀପୁଅ ଭାଇ ପପୁ ଭୂୟାଁ ଏବଂ ଶମ୍ଭୁ ମହାନ୍ତଙ୍କୁ ମାରାଥନ ଜେରା । ହତ୍ୟା ପଛର ଖିଅ କାଢିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୋଲିସ ।
ଗତକାଲି ରାତିରେ କେନ୍ଦୁଝରରେ ସିନ ରିର୍କିଏସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି। ଆଜି ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ନିଖୋଜର ୧୦ ଦିନ ପରେ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି କମିଶନରେଟ ପୋଲିସ । ପତ୍ନୀ ଶୁଭମିତ୍ରାଙ୍କୁ କାରରେ ବୁଲାଇନେବା ବାହାନାରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତ । ଲାଏ ଡିଟେକ୍ସନ ଟେଷ୍ଟରେ ସତ ମାନିଲା ଅଭିଯୁକ୍ତ ।
ପ୍ରଥମ ପତ୍ନୀଙ୍କୁ ବି ମାରିଥିଲା ଦୀପକ ! ଶୁଭମିତ୍ରା ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











