ପୁରୀ : ଆସନ୍ତା ୨୩ରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ନିଷ୍ପତ୍ତି । ମୂଳ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର । ରତ୍ନଭଣ୍ଡାର ସବକମିଟି ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସୂଚନା । ଭୋର ୪ଟାରୁ ଦ୍ୱାରଫିଟା, ଅମୁତ ବେଳା ସମୟ ଅନୁସାରେ ରତ୍ନ ସ୍ଥାନାନ୍ତର । ୨୩ରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ । ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡିବ । ରତ୍ନ ଭଣ୍ଡାର ଚାବି ଟ୍ରେଜେରୀରେ ଦାଖଲ କରାଯିବ । ଗଣତି ମଣତି ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ ।
Views: 51