ଭୁବନେଶ୍ୱର : କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିପିଙ୍କ ବଡ ସୂଚନା । ୧୦ ଲକ୍ଷ ଟଙ୍କା ଝଗଡାରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀକ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଝଗଡା ହୋଇଥିଲା । ଏଯାବତ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି । ଅନ୍ୟପଟେ ଘଟଗାଁରେ ମୃତଦେହ ପୋତାଯାଇଥିବା ସ୍ଥାନରେ ସିନ ରିକ୍ରିଏସନ ହୋଇଛି । ପ୍ରବଳ ବର୍ଷା ଭିତରେ ସିନ ରିଏକ୍ରିଏସନ କରିଛି ପୋଲିସ ।
କନ ଷ୍ଟେବଳ ଶୁଭମିତ୍ର ସାହୁଙ୍କର ମାଟି ତଳୁ ବାହାରିଲା ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର ହେଲାମୃତଦେହ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା । ମାଜି ଷ୍ଟ୍ରଟଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ । ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ ରିକ୍ରିଏସନ କରି ବାହାର କରାଗଲା । ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ବାହାରିଲା ମୃତଦେହ । ଦୀପକ ପୋଲିସ କନଷ୍ଟେବଳ ହୋଇଥିବାରୁ ଚତୁରତା ଆପଣାଇଥିଲା । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଲା ।
ମହିଳା ଟ୍ରାଫିକ୍ କନେଷ୍ଟବଳ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ । ପ୍ରଥମ ପତ୍ନୀଙ୍କୁ ହତ୍ୟା ପରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଦ୍ବିତୀୟ ବିବାହ କରିଥିଲା ଅଭିଯୁକ୍ତ ଦୀପକ ରାଉତ । ବିବାହ କରିଥିବା ନେଇ ମ୍ୟାରେଜ୍ ସାର୍ଟିଫିକେଟ୍ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁଲାଇ ମାସ ୨୫ ତାରିଖରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲେ ଦୀପକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୀପକ ତା’ର ପ୍ରଥମ ପତ୍ନୀଙ୍କୁ ହତ୍ୟା କରି ହାତେଇଥିଲା କୋଟିଏ ଟଙ୍କା । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ଇନ୍ସ୍ୟୁରାନ୍ସ ବାବଦକୁ ଏହି ଟଙ୍କା ପାଇଥିଲା । କିନ୍ତୁ ଅଭିଯୁକ୍ତ ଦୀପକ ଏହାକୁ ଏକ ଦୁର୍ଘଟଣା ବୋଲି ପୁଲିସ ଆଗରେ ସଫେଇ ରଖିଥିଲା । ଖୋଦ୍ ଦୀପକ ପୁଲିସ ଆଗରେ ଏକଥା ସ୍ବୀକାର କରିଛି ।
ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟିତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ । ଭୁବନେଶ୍ବରରେ ଏକ କାର ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା । ଆଉ ତା’ ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରିଛି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ । ଆଜି ଅଭିଯୁକ୍ତ ଦୀପକକୁ ନେଇ କେନ୍ଦୁଝର ଅଭିମୁଖେ ବାହାରିସାରିଛି । ସେଠାରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାତି ଖୋଳା ହୋଇ ମୃତଦେହ ବାହାର କରାଯିବ । ତା’ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ ।
କନଷ୍ଟେବଳ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ; ୧୦ ଲକ୍ଷ ଟଙ୍କା ଝଗଡାରୁ , ସିନ୍ ରିକ୍ରିଏସନ କଲା ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







