ଭୁବନେଶ୍ୱର : କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିପିଙ୍କ ବଡ ସୂଚନା । ୧୦ ଲକ୍ଷ ଟଙ୍କା ଝଗଡାରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀକ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଝଗଡା ହୋଇଥିଲା । ଏଯାବତ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି । ଅନ୍ୟପଟେ ଘଟଗାଁରେ ମୃତଦେହ ପୋତାଯାଇଥିବା ସ୍ଥାନରେ ସିନ ରିକ୍ରିଏସନ ହୋଇଛି । ପ୍ରବଳ ବର୍ଷା ଭିତରେ ସିନ ରିଏକ୍ରିଏସନ କରିଛି ପୋଲିସ ।
କନ ଷ୍ଟେବଳ ଶୁଭମିତ୍ର ସାହୁଙ୍କର ମାଟି ତଳୁ ବାହାରିଲା ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର ହେଲାମୃତଦେହ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା । ମାଜି ଷ୍ଟ୍ରଟଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ । ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ ରିକ୍ରିଏସନ କରି ବାହାର କରାଗଲା । ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ବାହାରିଲା ମୃତଦେହ । ଦୀପକ ପୋଲିସ କନଷ୍ଟେବଳ ହୋଇଥିବାରୁ ଚତୁରତା ଆପଣାଇଥିଲା । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଲା ।
ମହିଳା ଟ୍ରାଫିକ୍ କନେଷ୍ଟବଳ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ । ପ୍ରଥମ ପତ୍ନୀଙ୍କୁ ହତ୍ୟା ପରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଦ୍ବିତୀୟ ବିବାହ କରିଥିଲା ଅଭିଯୁକ୍ତ ଦୀପକ ରାଉତ । ବିବାହ କରିଥିବା ନେଇ ମ୍ୟାରେଜ୍ ସାର୍ଟିଫିକେଟ୍ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁଲାଇ ମାସ ୨୫ ତାରିଖରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲେ ଦୀପକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୀପକ ତା’ର ପ୍ରଥମ ପତ୍ନୀଙ୍କୁ ହତ୍ୟା କରି ହାତେଇଥିଲା କୋଟିଏ ଟଙ୍କା । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ଇନ୍ସ୍ୟୁରାନ୍ସ ବାବଦକୁ ଏହି ଟଙ୍କା ପାଇଥିଲା । କିନ୍ତୁ ଅଭିଯୁକ୍ତ ଦୀପକ ଏହାକୁ ଏକ ଦୁର୍ଘଟଣା ବୋଲି ପୁଲିସ ଆଗରେ ସଫେଇ ରଖିଥିଲା । ଖୋଦ୍ ଦୀପକ ପୁଲିସ ଆଗରେ ଏକଥା ସ୍ବୀକାର କରିଛି ।
ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟିତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ । ଭୁବନେଶ୍ବରରେ ଏକ କାର ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା । ଆଉ ତା’ ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରିଛି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ । ଆଜି ଅଭିଯୁକ୍ତ ଦୀପକକୁ ନେଇ କେନ୍ଦୁଝର ଅଭିମୁଖେ ବାହାରିସାରିଛି । ସେଠାରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାତି ଖୋଳା ହୋଇ ମୃତଦେହ ବାହାର କରାଯିବ । ତା’ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ ।
କନଷ୍ଟେବଳ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ; ୧୦ ଲକ୍ଷ ଟଙ୍କା ଝଗଡାରୁ , ସିନ୍ ରିକ୍ରିଏସନ କଲା ପୋଲିସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ
ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...
ଭିଜିଲାନ୍ସ ଜାଲରେ ୨ କିରାଣି
ଜଳେଶ୍ୱର : ଭିଜିଲାନ୍ସ ଜାଲରେ କିରାଣି । ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସପାଲିଟିର ୨ କିରାଣି । କିରାଣି ବ୍ରଜଗୋପାଳ ଘୋଷ , ଜୁନିଅର କିରାଣି ରତିକାନ୍ତ...
କାବୁଲରେ ଖୋଲିବ ଭାରତୀୟ ଦୂତାବାସ
ନୂଆଦିଲ୍ଲୀ : ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଘୋଷଣା । ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା...
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...