କନ୍ଧମାଳ : କଳିଙ୍ଗା ଘାଟି ଭୂସ୍ଖଳନ । ମରାମତି ପାଇଁ ୭ ଦିନ ଲାଗିବ । ମରାମତି ପାଇଁ ନିୟୋଜିତ ଏନଏଚଏଆଇର ପ୍ରମୁଖ ଅଧିକାରୀଙ୍କ ସୂଚନା । ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି ।
ଆଜି ପୁଣି ଧସିଛି କଳିଙ୍ଗା ଘାଟି । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଛି । କଳିଙ୍ଗାଘାଟି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ଫଳରେ ଉଭୟ ପଟୁ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ପ୍ରାୟ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ବନ୍ଦ ହୋଇ ରହିଛି ।କଳିଙ୍ଗା ଘାଟିରେ ଭୁସ୍ଗଳନ ପରେ, ପ୍ରଭାବିତ ହୋଇଛି ଘଟିତଳେ ଥିବା ଦୁର୍ଗାପ୍ରସାଦ ଗାଁ । ଦୋକାନ ବଜାର ଖାଁ ଖାଁ ରହିଛି ।
Views: 44