ଭୁବନେଶ୍ୱର : ମାଓବାଦୀଙ୍କ ସଂଗଠନ ପକ୍ଷରୁ ଅସ୍ତ୍ର ବିରତି ଘୋଷଣା । ଦ୍ୱିପାକ୍ଷିକ ଆଲୋଚନା ପାଇଁ ମାଓ ସଂଗଠନର ପ୍ରସ୍ତାବ । ମାସେ ଯାଏଁ ଅସ୍ତ୍ରବିରତି ରଖିବେ କହିଲେ ଲାଲ ବାହିନୀ । ଶାନ୍ତି କଥାବାର୍ତ୍ତା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ନିଜ ଘୋଷଣାରେ ଅସ୍ତ୍ରତ୍ୟାଗ ଓ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ବୋଲି କହିଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ଉପଲବ୍ଧି କୁହାଯିବ ।
Views: 52