The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ତ୍ୱଚାରେ ଗ୍ଲୋ ଆଣିବ ମୁଲତାନି ମାଟି , ଜାଣନ୍ତୁ କିପରି ବ୍ୟବହାର କରିବେ ?

Facebook
Twitter
LinkedIn

ବ୍ୟୁରୋ : ତ୍ୱଚାରେ ଗ୍ଲୋ ଆଣିବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଘରୋଇ ଉପାୟ । ଯାହା ଆମ ତ୍ୱଚା ପାଇଁ ବହୁତ ଲାଭଦାୟକ । ଯଦି ଆପଣ ମୁହଁରେ ମୁଲତାନି ବ୍ୟବହାର କରିବାକୁ ଭାବୁଛନ୍ତି, ତେବେ ପ୍ରଥମେ ଏହାର ଲାଭ ବିଷୟରେ ଜାଣନ୍ତୁ । ଯଦି ଆପଣଙ୍କ ମୁହଁକୁ ଭିତରୁ ସଫା କରିବାକୁ ଚାହାଁନ୍ତି ତେବେ ମୁଲତାନି ମାଟି ବ୍ୟବହାର କରନ୍ତୁ । ଯାହା ତ୍ୱଚାରୁ ମଇଳା, ତେଲ ଏବଂ ବିଷାକ୍ତ ପଦାର୍ଥ ବାହାର କରି ମୁଁହରେ ଗ୍ଲୋ ଆଣିଥାଏ । ମୁହଁରେ ଅଧିକ ତେଲ ଅଂଶ ଯୋଗୁଁ ବ୍ରଣ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଏବେ ଖୁବ୍ ସାଧାରଣ ସମସ୍ୟା ହୋଇଗଲାଣି । ତେଣୁ ଏଥିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଥିବାରୁ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।ମୁଲତାନି ମାଟି ସହ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୫-୨୦ ମିନିଟ୍ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି ସପ୍ତାହରେ ୨ ଥର ବ୍ୟବହାର କରିବା ଦ୍ବାରା ମୁହଁ ଫୁଲା ଏବଂ ଥକ୍କାପଣକୁ ଦୂର କରିଥାଏ । ସେହିପରି ମୁଲତାନି ମାଟି ସହିତ ଆଲୋଭେରା ଜେଲ୍ ମଧ୍ୟ ମିଶାଇ ପାରିବେ । ଯାହାକୁ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏଥିସହ ଯଦି ଆପଣଙ୍କର ଏପରି ସମସ୍ୟା ଦେଖାଦେଉଛି ତେବେ ନିଶ୍ଚିନ୍ତ ଭାବରେ ଏହି ଟିପ୍ସକୁ ଫଲୋ କରନ୍ତୁ ।କେବଳ ଏତିକି ନୁହେଁ ବରଂ ମୁଲତାନି ମାଟିକୁ କେଶ ସଫା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯାହା କେଶକୁ ନରମ ଏବଂ ଚମକଦାର କରିଥାଏ । ମଜବୁତ କେଶ ପାଇଁ ମୁଲତାନି ମାଟି ଖୁବ୍ ଉପଯୋଗୀ ପ୍ରମାଣିତ ହୋଇଛି । ମୁଲତାନି ମାଟି ସହ ଅନ୍ୟାନ୍ୟ ଘରୋଇ ଜିନିଷ ମଧ୍ୟ ସାମିଲ କରିପାରିବେ । ଯାହାକୁ ବ୍ୟବହାର କରିବା ଦ୍ବାରା ଅଧିକରୁ ଅଧିକ ଲାଭ ମିଳିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login