ଭୁବନେଶ୍ୱର : ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ । କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ଫୁସଫୁସ ସଂକ୍ରମଣଜନୀତ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି । ବୁଦ୍ଧାଦିତ୍ୟା ପାଗଳ କରିଛି ପାଉଁଜି ତୋର , ପ୍ରେମ ରୋଗୀ, ନନ୍ଦିନୀ ଆଇ ଲଭ ୟୁ ଭଳି ଅନେକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହା ସହ ସାଧବ ବୋହୂ ଏକ ରିୟଲିଟି ସୋରେ ସେ ଆଙ୍କର ଭାବେ ସମସ୍ତଙ୍କ ହୃଦୟ ଜିତିଛନ୍ତି । କେବଳ ଓଲିଉଡ ନୁହେଁ ବଲିଉଡରେ ବି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଆଜି ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।
Views: 52