The Ultimate Managed Hosting Platform
ADVERTISEMENT

ଗୁଜୁରାଟରେ ଭୟଙ୍କର ଅଗ୍ନିକାଣ୍ଡ

Facebook
Twitter
LinkedIn

ଗୁଜୁରାଟ : ଗୁଜରାଟ ମରୁଚ ଜିଲ୍ଲାର ଜିଆଇଡିସି ପନୋଲି ନିକଟରେ ଥିବା ସଂଘବୀ ଆଗ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ନିଆଁ ବ୍ୟାପିଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୂଚନା ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ଗାଡ଼ି ଏବଂ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସୂଚନାନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ୧୦ରୁ ଅଧିକ ଦମକଳ ବାହିନୀ ଗାଡ଼ି ପହଞ୍ଚିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଫଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ କରାଯାଇଛି। ଏଥି ସହିତ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login