The Ultimate Managed Hosting Platform
ADVERTISEMENT

ଘରେ ପଶି ବନ୍ଧୁକ ମୁନରେ ଲୁଟ

Facebook
Twitter
LinkedIn

ଉଦଳା : ଶୋଇଥିବା ବେଳେ ବନ୍ଧୁକ ଦେଖାଇ ଲୁଟି ନେଲେ ୫ ଦୁର୍ବୁତ୍ତ । ଶରତ ଥାନା ଦେବାନବାହାଳି ଗାଁରେ ଲୁଟ ଅଭିଯୋଗ ।ଏହି ଗାଁର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଲେ । ଅନ୍ୟ ଦୁଇ ଘରେ ଶୋଇଥିବା ଦୁଇ ଭାଇଙ୍କୁ କାବୁ କରି ନେବା ସହିତ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ କରିଲେ । ଗଡ଼ରେଜ ଖୋଲିବା ସହିତ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ । ଲୁଟିବା ପରେ ୨ ଭାଇଙ୍କୁ ଘର ବାହାର ପାଖରୁ କବାଟ କିଳିବା ସହିତ ମୁଖ୍ୟ ଗେଟରେ ତାଲା ମାରି ଫେରାର ହୋଇଯାଇଥିଲେ ଲୁଟେରା । ୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିବା ବେଳେ ସେମାନେ ଲୁଟର ଶିକାର ବ୍ୟକ୍ତିଙ୍କୁ ନାମ ଧରି ଡାକୁଥିଲେ । ପଏଣ୍ଟ ବ୍ଲାଙ୍କରେ ଲୁଟ କରି ଲୁଟେରା ଯିବା ପରେ ନିଜ କର୍ମଚାରୀଙ୍କୁ ଡାକି ଗେଟ ଖୋଲି ବାହାରକୁ ଆସିଥିଲେ ଚନ୍ଦନ । ନଗଦ ୧୫ ହଜାର ଟଙ୍କା ସହ ୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ଅଭିଯୋଗ । ଶରତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login