ନୂଆଦିଲ୍ଲୀ ; ସମଗ୍ର ବିଶ୍ବରେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଟେକ୍ କମ୍ପାନୀ ଏହାକୁ ରିସର୍ଚ୍ଚ ଲ୍ୟାବ୍ ଯାଏଁ ସୀମିତ ରହିଛି । କିନ୍ତୁ ଆଲବାନିଆ ଏସବୁ ଠାରୁ ଆଗୁଆ ରହିଛି ।
ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି । ଯିଏ ଲାଞ୍ଚ ନେବେନି କି ଭ୍ରଷ୍ଟାଚାର କରିବେନି । ବିନା ସ୍ଵାର୍ଥରେ ଲୋକଙ୍କ ସୁଖ ଦୁଃଖ ବୁଝିବେ । ୟୁରୋପର ଆଲବାନିଆ ନାମକ ଏକ ଛୋଟ ଦେଶ ଏହି ଭ୍ରଷ୍ଟାଚାର ମୁକ୍ତ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି । ଏହି ମନ୍ତ୍ରୀଙ୍କ ନାମ ଡିଏଲା ।
ଏହି ଏଆଇକୁ ଆଲବାନିଆ ସରକାର ପ୍ରଥମ ଥର ପାଇଁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ଡିଏଲା ଏବେ ଦେଶର ସରକାରୀ ଟେଣ୍ଡରକୁ ମ୍ୟାନେଜ୍ କରିବ ଓ ପ୍ରାଇଭେଟ୍ କମ୍ପାନୀଗୁଡ଼ିକୁ ପ୍ରୋଜେକ୍ଟ ଦେବାକୁ ନିଷ୍ପତ୍ତି ନେବ । ଲାଞ୍ଚ କମ୍ଵା ବଳ ପ୍ରୟୋଗ ଦ୍ଵାରା ଏହା ପ୍ରଭାବିତ ହେବ ନାହିଁ କି ପକ୍ଷପାତିତା କରିବ ନାହିଁ । ନିରପେକ୍ଷ ଭାବେ ଟେଣ୍ଡର ଆବଣ୍ଟନ କରିବ ।
Views: 70