ମଣିପୁର : ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି , ମୁଁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ମଣି ଶବ୍ଦ ରହିଛି । ମଣି ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୭୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମଣିପୁର ଏକ ସୀମାନ୍ତ ରାଜ୍ୟ , ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ଭଲ ଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣ ଅସୁବିଧାରେ । ମଣିପୁରରେ ରାସ୍ତା ଓ ରେଳପଥ ପାଇଁ ବଜେଟ ବୃଦ୍ଧି କରାଯାଇଛି ।
ମଣିପୁର ଗତ ୨ ବର୍ଷ ହେଲା ହିଂସା ସହ ଜଡିତ ରହିଛି । ମୋଦି ଲୋକମାନଙ୍କୁ ଶାନ୍ତିର ଆହ୍ବାନ କରିଛନ୍ତି । ବିତି ଯାଇଥିବା ୧୧ ବର୍ଷରେ ତାଙ୍କ ସଂଘର୍ଷ ଶେଷ ହୋଇଛି । ଆଶା ଓ ବିଶ୍ବାସର ସୂର୍ୟ୍ୟ ଉଦୟ ହୋଇଛି । ବିତି ଯାଇଥିବା କିଛି ବର୍ଷରେ ଏଠାରେ ବାସ କରୁଥିବା କିଛି ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଁ ବିଶ୍ବାସ କରୁଛି ଆଗକୁ ବିଶ୍ବାସ ଓ ବଳ ମିଳିବ । ମୁଁ ସମସ୍ତ ସଂଗଠନକୁ ଅପିଲ କରୁଛି ଶାନ୍ତି ର ସହିତ ସମସ୍ତେ ଆଗକୁ ବଢନ୍ତୁ । ନିଜର ପିଲା ମାନଙ୍କର ଭବିଷତ ସୁନିଶ୍ଚିତ କରିବା ପାଇଁ ଓ ସେମାନଙ୍କର ସ୍ବପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରିବି । ମୁଁ ଆପଣଙ୍କ ସହ ଅଛି କହିଲେ ପ୍ରଧାନମନ୍ତ୍ରୀ ମୋଦି ।
ମଣିପୁର ସାହସ ଓ ବୀରତ୍ୱର ଭୂମି ; ମୋଦି

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...