The Ultimate Managed Hosting Platform
ADVERTISEMENT

ମୋଦିଙ୍କ ଭେଟି; ମିଜୋରାମରେ ଗଡିଲା ଟ୍ରେନ

Facebook
Twitter
LinkedIn

ନୂଆଦିଲ୍ଲୀ : ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ରେଲୱେ ମାନଚିତ୍ରରେ ଯୋଡି ହେଲା ମିଜୋରାମ । ୧୭୨ ବର୍ଷ ପରେ ମିଜୋରାମରେ ଗଡିଲା ଟ୍ରେନ । ମିଜୋରାମରେ ପ୍ରଥମ ରେଲୱେ ଲାଇନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ବୈରବୀ-ସୈରାଙ୍ଗ ରେଲବ୍ୱେ ଲାଇନ ଉଦଘାଟନ କଲେ । ୩ଟି ନୂଆ ଏକ୍ସପ୍ରେସ ଟ୍ରେନର ବି ଶିଭାରମ୍ଭ କଲେ । ମିଜୋରାମ ବାସୀଙ୍କ ପାଇଁ ଆଜିର ଦିନ ଐତିହାସିକ ଦିନ କହିଲେ ମୋଦି । ନର୍ଥ ଇଷ୍ଟ ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ନର୍ଥ ଇଷ୍ଟର ବିକାଶ ଅର୍ଥ ଦେଶର ବିକାଶ । ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ୩ ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ ଚଳାଚଳ କରିବ । ୧୪ ତାରିଖଠାରୁ ମାଲବାହୀ ଟ୍ରେନ ଏହି ରୁଟରେ ଗଡ଼ିବ । ବୈରବିରୁ ସୌରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ ନିର୍ମାଣ ହୋଇଛି । ଯେଉଁଥିରେ କୁତବ ମିନାରଠାରୁ ଉଚ୍ଚ ସେତୁ ଲହିଛି । ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login