ଗୁଣପୁର : ଦମ୍ବସରା ନାଏବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମିଳିଲା ମୃତଦେହ । ନାଏବ ସରପଞ୍ଚ ହେଲେ ରଞ୍ଜିତା ତ୍ରିପାଠୀ । ସେ ଗୁଣୁପୁର ବ୍ଲକ ଡମ୍ବସରା ପଞ୍ଚାୟତ ଆପନାଗୁଡା ଗାଁର ନରସିଂହ ତ୍ରିପାଠିକୁ ବିବାହ କରିଥିଲେ । ବିବାହ ପରେ ରଂଜିତାଙ୍କୁ ସ୍ବାମୀ ମାନସିକ ନିର୍ୟାତନା ଦେବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା । ସ୍ବାମୀକୁ ଅଟକ ରଖି ଗୁଣୁପୁର ପୋଲିସ୍ ତଦନ୍ତ ଜାରି ରଖିଛି । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଝିଅ ମାମୁଙ୍କୁ ଖବର ଦେଇଥିଲା । ତେବେ ତାଙ୍କ ଭଉଣୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ସେ ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ଗୁଣୁପୁର ପୋଲିସ ଘଟଣାର ତଦନ୍ତ କରୁଛି।
Views: 60