କଣ୍ଟାବାଞ୍ଜି : ଏନଏସି ମାନ୍ୟତା ଦାବିରେ ସିନ୍ଧିକେଲା ବନ୍ଦ । ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ସିନ୍ଧିକେଲା ବନ୍ଦ ଡାକରା । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ । ବନ୍ଦ ପ୍ରଭାବରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ ଓ ବ୍ୟାଙ୍କ ବନ୍ଦ ରହିଛି । ନାଗରିକ ମଞ୍ଚ ସଭାପତି ସୁରେଶ କୁମାର ସାହୁ ନେତୃତ୍ୱ ରେ କର୍ମକତା ମାନେ ସ୍ଥାନୀୟ ହାଟପଡା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି । ଜରୁରୀକାଲୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।
Views: 49