ନୂଆଦିଲ୍ଲୀ :ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ବିକ୍ଷୋଭ । ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ , ପୋଡା ଜଳା । ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଆଦି ବ୍ୟାନକୁ ପ୍ରବଳ ବିରୋଧ । ଏବେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ନେପାଳର ଜେନ୍ ଜି ପିଢି । କାଠମାଣ୍ଡୁରେ ସେନାବାହିନୀ ମୁତୟନ କଲେ ସରକାର । ନେପାଳରେ ପ୍ରଦର୍ଶନକାରୀମାନେ ନିଷିଦ୍ଧ ଅଞ୍ଚଳଗୁଡ଼ିକରେ ଆକ୍ରମଣ କରିବା ସହ ସଂସଦ ନିକଟରେ ନିଆଁ ଲଗାଇଛନ୍ତି ଏବଂ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଛନ୍ତି । ସାରା ଦେଶରେ ଅଶାନ୍ତି ବ୍ୟାପିବା ପରେ ସରକାର ସେନା ମୁତୟନ କରି କର୍ଫ୍ୟୁ ଜାରି କରିଛନ୍ତି । ସେପଟେ କାଠମାଣ୍ଡୁ ପ୍ରଶାସନ ଭଙ୍ଗାରୁଜା କରୁଥିବା ଲୋକଙ୍କୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଛି । କାଠମାଣ୍ଡୁରେ କର୍ଫ୍ୟୁ ଜାରି ହୋଇଛି । ଘଟଣାରେ ୮୦ ଜଣ ଆହତ ହୋଇଚନ୍ତି । ତେବେ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଛି । ପ୍ରଦର୍ଶନକାରୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରଣାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ୟ୍ୟନ୍ତ ପଞ୍ଜିକରଣ କରିନାହାନ୍ତି । ଏହି ନିଷେଧ ସାରା ଦେଶରେ ଲାଗୁ ହେବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ବିକ୍ଷୋଭ; ୯ ଜଣଙ୍କର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











