ଭୁବନେଶ୍ୱର : ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ । ମନମୋହନ ସାମଲ ବି ଦିଲ୍ଲୀରେ ଥିବାରୁ ରାଜ୍ୟ ସଂଗଠନ ନେଇ କିଛି ନିଷ୍ପତ୍ତି ହୋଇପାରେ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ଉଭୟ ଭେଟିବେ ବୋଲି ଜଣାପଡ଼ିଛି। ସାଂସଦ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୱାନ ଟୁ ୱାନ ଆଲୋଚନା କରିବା ସମ୍ଭାବନା ରହିଛି । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଗସ୍ତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେହିପରି ଗସ୍ତ କାଳରେ କ୍ୟାବିନେଟ ରିସଫଲ ଓ ବିଜେପି ଟିମ ଗଠନ ଉପରେ ଚୂଡ଼ାନ୍ତ ମୋହର ବାଜିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୨ ତାରିଖକୁ ରାଜ୍ୟରେ ବିଜେପି ସରକାରକୁ ୧୫ମାସ ପୁରିବ ।
Views: 46











