ପଟ୍ଟାମୁଣ୍ଡାଇ : ଭିତରକନିକା ଜଙ୍ଗଲ ଭିତରେ ମାଆପୁଅ ନିଖୋଜ । ବୁଧବାର କଙ୍କଡା ଧରିବାକୁ ଯାଇ ମାଆ ଓ ୧୭ ବର୍ଷୀୟ ପୁଅ ନିଖୋଜ । ମାଆପୁଅ ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ହୋଇଥିବା ସୂଚନା ରହିଛି । ଭଉଣୀ ଓ ପୁତୁରା ସହ ଉଭୟ ଯାଇଥିଲେ, ୫ ଦିନ ହେଲାଣି ପତ୍ତା ମିଳୁନି । ୧୦ଟି ଟିମ ମାଆପୁଅଙ୍କୁ ଖୋଜାଖୋଜି କରୁଛି ବନ ବିଭାଗ । ମାଆ ପୁଅଙ୍କୁ ଖୋଜିବ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା । ଗାଁ ଲୋକଙ୍କ ସହିତ ସାମିଲ ଅଛନ୍ତି ପରିବାର । କୁମ୍ଭୀର ଟାଣି ନେଇଥିବା ସନ୍ଦେହ ।
Views: 42











