ନୂଆଦିଲ୍ଲୀ : ମେଡିସିନ ଉପରେ ଟ୍ରମ୍ପ ଟ୍ୟାକ୍ସ ଲଗାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ୨୦୦ ପ୍ରତିଶତ ପର୍ୟ୍ୟନ୍ତ ଟିକସ ଲାଗୁ କରିବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛି । ଟ୍ରମ୍ ଚାହୁଛନ୍ତି ସେ, ଅଟୋ ଏବଂ ଷ୍ଟିଲ୍ ଭଳି ଔଷଧ ଉପରେ ମଧ୍ୟ ଟିକସ ଲାଗୁ କରିବାକୁ । ଏହାର ପ୍ରଭାବ ଭାରତ ଉପରେ ପଡ଼ିପାରେ ବୋଲି ଆଶଙ୍କା କରୁଛନ୍ତି ବୈଦେଶିକ ବିଶ୍ଳେଷକ । ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, ଟିକସ ଲାଗୁ ହେଲେ ଔଷଧର ମୂଲ୍ୟ ବୃଦ୍ଧି ପାଇବ ଏବଂ ଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହେବ ।ଖାଲି ଏତିକି ନୁହେଁ ବିଭିନ୍ନ ଔଷଧର ଅଭାବ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ସୂଚନା ମୁତାବକ, ଔଷଧ ଉପରେ ୨୦୦ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ୍ ୧୯୬୨ର ବାଣିଜ୍ୟ ପ୍ରସାରଣ ଆଇନର ଧାରା ୨୩୨ର ଲାଗୁ କରିବାକୁ ଯୋଜନା କରୁଛନ୍ତି ।
Views: 60