The Ultimate Managed Hosting Platform
ADVERTISEMENT

ବସ୍‌ ଡ୍ରାଇଭରଙ୍କ ପୁଅ ଏବେ ସୁପରଷ୍ଟାର

Facebook
Twitter
LinkedIn

ଦିନେ ୩୦୦ ଶହ ଟଙ୍କା ନେଇ ଘରୁ ବାହାରିଥିଲେ ନିଜ କ୍ୟାରିୟର ଗଢିବାକୁ , ଆଉ ଏବେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟିର ବେପାର କରୁଛି । ରିଜିଓନାଲ ଫିଲ୍ମ ଇଣ୍ଟଷ୍ଟ୍ରିରେ କାମ କରିବ ତ ଆଗକୁ ବଢିବ ପାରିବନାହିଁ । ଆଉ ଏବେ ଏମିତି ସମୟ ଆସିଛି ଯେ, ଗୋଟିଏ ହିରୋ ନିଜ ଆକ୍ସନ ଓ ଲୁକ୍‌ ବଦଳରେ ରିଜିଓନାଲ ଫିଲ୍ମକୁ ବିଶ୍ୱ ଦରବାରରେ ଆଣି ଛିଡ଼ା କରିଦେଇଛନ୍ତି । ଆମେ ଯେଉଁ ହିରୋଙ୍କ କଥା କହୁଛୁ । ସେ ଆଉ କେହି ନୁହଁ, କନ୍ନଡ଼ ସୁପରଷ୍ଟାର ତଥା ରକିଂ ଷ୍ଟାର ୟସ୍ ।

କର୍ଣ୍ଣାଟକର ହସନ ଜିଲ୍ଲାର ବୁଭାନାହାଲି ଗାଁର ଏକ ମଧ୍ୟବିତ୍ତ ପରିବାରରେ ୟସ୍‌ଙ୍କ ଜନ୍ମ । ପିତା ଟ୍ରାନ୍ସପୋର୍ଟ ସର୍ଭିସରେ କାମ କରନ୍ତି । ମା ଗୃହିଣୀ । ପୁଅ ଆଜିକା ଦିନରେ ଜଣେ ସୁପରଷ୍ଟାର ହୋଇଥିବା ବେଳେ ବାପା  ଏବେବି ବସ୍‌ ଡ୍ରାଇଭର ଭାବେ କାମ କରନ୍ତି । ଇଣ୍ଟଷ୍ଟ୍ରିରେ ୟସ୍‌ ନାମରେ ବେଶ୍‌ ପରିଚିତ ଥିବା ଏହି ହ୍ୟାଣ୍ଡସମ୍‌ ହଙ୍କଙ୍କ ରିୟଲ ନାମ ନବୀନ ଗୌଡ଼ । ନିଜ ପଠାପଢା ସାରି ବେନେକା ଡ୍ରାମା ଟ୍ରୁପରେ ଯୋଗଦେଇଥିଲେ । ୟସ୍ ୨୦୦୫ରେ ଟିଭି ସିରିୟଲ ନନ୍ଦା ଗୋକୁଳ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଅନେକ ଗୁଡିଏ ସିରିୟଲରେ ମଧ୍ୟ କାମ କରିଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡିଥିଲା । ୨୦୧୦ରେ ଫିଲ୍ମ ମୋଦାସାଲାରେ ତାଙ୍କୁ ମିଳିଲା ବ୍ରେକ୍‌ । ଏହାପର ଠାରୁ ତାଙ୍କ କ୍ୟାରିୟରକୁ ନୂଆ ଦିଗ ମିଳିଥିଲା । ଫିଲ୍ମଟି ଭଲ ବ୍ୟବସାୟ କରିବା ସହ ତାଙ୍କ ଅଭିନୟକୁ ସମସ୍ତେ ପ୍ରଂଶସା ମଧ୍ୟ କରିଥିଲେ । ଏହାପରଠୁ ଆଉ ପଛକୁ ଫେରିଲେନାହିଁ ୟସ୍‌ । ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଲେ ।

ଶେଷରେ ୨୦୧୮ରେ ତାଙ୍କୁ ମିଳିଲା ଅପୂର୍ବ ସଫଳତା । କେଜିଏଫ୍‌ର ଚାପ୍ଟର ୧ର ରକି ଭାଇଙ୍କୁ ଘରେ ଘରେ ପରିଚିତ କରିଥିଲା । ଲୋକେ ୟସ୍‌ ନାଁକୁ ଭୁଲ ରକି ଭାଇ ବୋଲି ଡାକିବାକୁ ଲାଗିଲେ । ଫିଲ୍ମଟି ବିଗ୍‌ ବଜେଟ୍‌ର ଥିଲା । ରାତିରାତି ୟସ୍‌ଙ୍କ ଡିମାଣ୍ଡ ମଧ୍ୟ ବଢିଯାଇଥିଲା । କନ୍ନଡ ଇଣ୍ଟଷ୍ଟ୍ରିରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ହେଲା କେଜିଏଫ୍-୧ । ଆଉ ଏବେ ଆସୁଛି କେଜିଏଫ୍‌-୨ । ଯାହାକି ତାଙ୍କ କ୍ୟାରିୟରକୁ ଆହୁରୀ ଶିଖରକୁ ନେଇଯିବ । ଗୋଟିଏ ଫ୍ଲିଲ୍ମ ପାଇଁ ୟସ ୧୫ କୋଟି ଟଙ୍କା ଚାର୍ଜ କରନ୍ତି ବୋଲି ସୂଚନା ମିଳିଛି । କନ୍ନଡ଼ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କୁ ବିବାହ କରିଛନ୍ତି ୟସ୍‌ । ଲମ୍ବା ସମୟ ଧରି ରିଲେସନରେ ରହିବା ପରେ ୨୦୧୬ ଡିସେମ୍ବର ୯ ତାରିଖ ଦିନ ରାଧିକାଙ୍କୁ ବିବାହ କରିଥିଲେ ୟସ୍‌ । ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login