ମାଲକାନଗିରି : ପୁଣି ସାର ପାଇଁ ଏନଏଚ ଅବରୋଧ କଲେ ଚାଷୀ । କାଲିମେଳା ବ୍ଲକ ପଶୁଗୁଡାରେ ଶତାଧିକ ଚାଷୀଙ୍କ ଏନଏଚ ଅବରୋଧ । ସାର ଅଭାବ ଓ କଳାବଜାରୀ ନେଇ ଚାଷୀଙ୍କ ଅସନ୍ତୋଷ । ମାଲକାନଗିରିରେ ୩୨୬ ନମ୍ବର ରାସ୍ତା ଅବରୋଧ କରିଛନ୍ତି ପୁସୁଗୁଡା ପଞ୍ଚାୟତବାସୀ । ସରକାରଙ୍କ ନିୟମ ଅନୁଯାୟୀ ଗୋଟେ ସାର ବସ୍ତାର ମୂଲ୍ୟ ୨୬୮ଟଙ୍କା ଥିବା ବେଳେ ପୁସୁଗୁଡ଼ାର ଡିଲର କାହାକୁ ୮ଶହ ଟଙ୍କାତ କାହାକୁ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେଇ ଲୋ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ରାଜରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ମୋଟୁ ପୋଲିସ ।
Views: 75











