ନୂଆଦିଲ୍ଲୀ : ରାଗରେ ଟ୍ରମ୍ପ । ଭାରତ ଉପରେ ପ୍ରତିଶୋଧ ନେବାକୁ ଟ୍ରମ୍ପଙ୍କ ଷଡ଼ଯନ୍ତ୍ର । ରୁଷଠାରୁ ତେଲ କିଣିବା ପାଇଁ ଭାରତ ଉପରେ ଚାପ ବୃଦ୍ଧି କରିଛି । ଏହାରି ମଧ୍ୟରେ ହ୍ବାଇଟ ହାଉସ ୟୁରୋପୀୟ ଦେଶମାନଙ୍କୁ ଭାରତ ଉପରେ ସମାନ କଟକଣା ଲାଗୁ କରିବାକୁ ଅପିଲ୍ କରିଛି । ଏସସିଓ ସମ୍ମିଳନୀରେ ତୈଳ କିଣିବା ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି । ସୂଚନାନୁଯାୟୀ, ଭାରତ ରୁଷଠାରୁ ତୈଳ କିଣି ଆର୍ଥିକ ଭାବେ ମସ୍କୋକୁ ସହାୟତା କରୁଛି । ଯାହା ପରୋକ୍ଷ ଭାବେ ଭାରତ ୟୁକ୍ରେନକୁ ଯୁଦ୍ଧ ପାଇଁ ଇନ୍ଧନ ଦେଉଛି ବୋଲି ଆମେରିକା ଅଭିଯୋଗ କରିଛି । ଏଥି ସହ ୱାଶିଂଟନ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି । ଯାହାର ଜବାବରେ କହିଛି ଯେ, ଚୀନ୍ ଏବଂ ୟୁରୋପ ଉଭୟ ରୁଷଠାରୁ ବଡ଼ ପରିମାଣରେ ତେଲ ଏବଂ ଗ୍ୟାସ କିଣୁଛନ୍ତି । କିନ୍ତୁ ସେମାନଙ୍କ ବିରୁଦ୍ଧରେ ଏ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
Views: 111











