ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସକୁ ବଡ ଝଟକା । ରାଜସ୍ଥାନ ରୟାଲ୍ସର ମୁଖ୍ୟପଦ ଛାଡିଲେ ରାହୁଲ ଦ୍ରାବିଡ । ଳ ଭଲ ପ୍ରଦର୍ଶନ ନକରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଜୟପୁର-ଭିତ୍ତିକ ଫ୍ରାଞ୍ଚାଇଜ୍ ଶନିବାର ଏକ୍ସରେ ଏହି ଘୋଷଣା କରିଛି। ଦ୍ରାବିଡଙ୍କ ଗୋଟାଏ ସିଜିନ୍ ପରେ ତାଙ୍କ ପଦରୁ ଇସ୍ତଫା ଦେବା ଖବରକୁ ଫ୍ରାଞ୍ଚାଇଜ୍ ନିଶ୍ଚିତ କରିଛି। ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲରେ ୪୬ଟି ମ୍ୟାଚ୍ ଖେଳିଥିବା ଦ୍ରାବିଡ ଗତ ବର୍ଷ ଭାରତୀୟ ଦଳ ସହିତ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ୟ୍ୟକାଳ ଶେଷ ହେବା ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। କିନ୍ତୁ ବିଶ୍ୱର ସବୁଠାରୁ ଧନୀ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଲିଗର ୨୦୨୫ସଂସ୍କରଣରେ ଦ୍ରାବିଡ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ତାଙ୍କ ମାର୍ଗଦର୍ଶନରେ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚ୍ରୁ କେବଳ ୪ଟିରେ ଜିତିପାରିଥିଲା ଏବଂ ସେମାନେ ଲିଗ୍ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲେ।
Views: 60











