ନୂଆଦିଲ୍ଲୀ : ବାର୍ଡ ଫ୍ଲୁ ସଂକ୍ରମଣ ପାଇଁ ବନ୍ଦ ହେଲା ଦିଲ୍ଲୀ ଚିଡ଼ିଆଖାନା । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଚିଡ଼ିଆଖାନା । ଦିଲ୍ଲୀ ନ୍ୟାସନାଲ ଜୁଲୋଜିକାଲ୍ ପାର୍କରେ H5N1 ସଂକ୍ରମଣ ଚିହ୍ନଟ ହେବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଚିଡ଼ିଆଖାନାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଅଥରିଟି । ଦିଲ୍ଲୀ ଚିଡିଆଖାନାରେ H5N1 ଫ୍ଲୁ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶନିବାର ଠାରୁ ଚିଡିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀରେ ୩ ଥର ପାଇଁ ଏହା ବ୍ୟାପିବାରେ ଲାଗିଛି । ପୂର୍ବରୁ ମଧ୍ୟ ଅକ୍ଟୋବର ୨୦୧୬ରେ ଚିଡିଆଖାନାକୁ ବନ୍ଦ କରାଯାଇଥିଲା ।ନୂଆଦିଲ୍ଲୀ ମଥୁରା ରୋଡ ସ୍ଥିତ ଉଦ୍ୟାନକୁ ଅଗଷ୍ଟ ୩୦ରୁ ଆଗାମୀ ଆଦେଶ ଯାଏଁ ଅସ୍ଥାୟୀ ଭାବେ ବନ୍ଦ ରଖାଗଲା । ଦୁଇଟି ପକ୍ଷୀଙ୍କ ଦେହରୁ H5N1 ପଜିଟିଭ୍ ଚିହ୍ନଟ ପରେ ନିଷ୍ପତ୍ତି ନିଆଯାଇଛି ।
Views: 127











