ପୁରୀ : ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ସୂଚନା । ଧାଡି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହେବ । ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ , ଆସନ୍ତା ୧୫ରେ କାର୍ଯ୍ୟକାରୀ ହେବ । ରତ୍ନ ଭଣ୍ଡାର ଗଣତି ମଣତି ନେଇ ବୈଠକରେ ଆଲୋଚନା ହେବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ନୂତନ ସବ କମିଟି ଗଠନ କରାଯିବ।
ସେହିପରି ଗତ ମେ ମାସ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ଥରୀୟ ପ୍ରଶାସନିକ ବୈଠକର ବିବରଣୀ ପାଠ ସହ ଏହାକୁ ଦୃଢ଼ୀ କରଣ କରାଯିବ। ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ସହ ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ନେଇ ହୋଇପାରେ ଆଲୋଚନା।
Views: 67











