ଭୁବନେଶ୍ୱର : ଆଜିଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ ହକି ପ୍ରତିଯୋଗୀତା । ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମ୍ୟାଚ । ମୁହାଁମୁହିଁ ହେବେ ଏସିଆ ମହାଦେଶର ୮ଟି ଟିମ୍ । ପୁଲ ଏ ରେ ଭାରତ ସମେତ ଚୀନ, ଜାପାନ ଓ କାଜାକସ୍ତାନ । ପୁଲ ବି ରେ ମାଲେସିଆ, କୋରିଆ, ବାଂଲାଦେଶ ଓ ଚାଇନିଜ ତାଇପେଇ । ସୂଚନାଯୋଗ୍ୟ ଯେ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ୟୁରୋପୀୟ ଗସ୍ତରେ ଭାରତ ଖେଳିଥିବା ୮ ମ୍ୟାଚ୍ରୁ ମାତ୍ର ଗୋଟିଏକୁ ଜିତିଥିଲା। ପୁଣି ଲଗାତାର ୭ଟି ମ୍ୟାଚ୍ ହାରିବାର ଅଲୋଡ଼ା ରେକର୍ଡ କରିଥିଲା। ଦୁର୍ବଳ ରକ୍ଷଣଭାଗ ପାଇଁ ୮ ମ୍ୟାଚ୍ରେ ୨୬ ଗୋଲ୍ ବରଣ କରିଥିଲା। ଏଣୁ ଏସିଆ କପ୍ରେ ଦଳର ଏହି ଦୁର୍ବଳତା ଦୂର କରିବାକୁ ହେବ ବୋଲି ଫୁଲ୍ଟନ୍ ସ୍ବୀକାର କରିଛନ୍ତି। ସେହିଭଳି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରିବାର କଳାକୁ ଆହୁରି ଶାଣିତ କରିବାକୁ ହେବ ବୋଲି କହିଛନ୍ତି। ସେହିଭଳି କିଂବଦନ୍ତି ତାରକା ପିଆର୍ ଶ୍ରୀଜେଶଙ୍କ ଅବସର ପରେ କ୍ରିଷନ ବାହାଦୁର ପାଠକ ଓ ସୁରଜ କେର୍କେରାଙ୍କୁ ତାଙ୍କ ଅନୁପସ୍ଥିତିକୁ ସୁଯୋଗରେ ପରିଣତ କରିବାକୁ ପଡ଼ିବ। ଭାରତ ଅବଶ୍ୟ ଏହି ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ଭାବେ ଏସିଆ କପ୍ରେ ଅଂଶଗ୍ରହଣ କରିବ। ତେବେ ପ୍ରଥମ ମ୍ୟାଚ୍ରେ ଚୀନ ଭଳି ଅପ୍ରତ୍ୟାଶିତ ପ୍ରଦର୍ଶନ କରୁଥିବା ଦଳକୁ ଭେଟିବ।
ଆଜିଠୁ ଏସିଆ କପ ହକି ପ୍ରତିଯୋଗିତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











