ବଣାଇ : ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗୁରୁଣ୍ଡିଆ ଥାନାରେ ଏତଲା । ଛାତ୍ରୀଙ୍କ ଅଭିଯୋଗ ପରେ ଏତଲା ଦେଲେ ପ୍ରଧାନଶିକ୍ଷକ । କିଛି ଦିନ ଧରି ସଂସ୍କୃତ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ କରୁଥିବା ଛାତ୍ରୀମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ସ୍କୁଲ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା । ହେଲେ ବାରମ୍ବାର ତାଗିଦ୍ ସତ୍ତ୍ବେ ସଂସ୍କୃତ ଶିକ୍ଷକ ସୁଧୁରିଲେନି। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏନେଇ ଏତଲା ଦେଇଥିଲେ । ଅଭିଯୋଗ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ କୌଣସି ତଦନ୍ତ ଆଗେଇ ପାରୁନି । ସେପଟେ ସଂସ୍କୃତ ଶିକ୍ଷକ ମଧ୍ୟ ଲିଭ୍ ରେ ରହିଛନ୍ତି । ସ୍କୁଲ ଖୋଲିଲେ ଏନେଇ ଅଧିକ ତଦନ୍ତ କରାଯିବ । ପ୍ରକୃତ କଥା ସାମନାକୁ ଆସିବ। ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ ।
Views: 57











