The Ultimate Managed Hosting Platform
ADVERTISEMENT

ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ, ସନ୍ଦିଗ୍ଧ ବାବଦରେ ଜଣାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା

Facebook
Twitter
LinkedIn

ବିହାର : ବିହାରରେ ପଶିଲେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ । ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା । ଗୁଇନ୍ଦା ସଂସ୍ଥାର ସୂଚନା ପରେ ହାଇଆଲର୍ଟରେ ପୋଲିସ । ସୀମାନ୍ତ ଅଞ୍ଚଳରେ କଡା ଚେକିଂ , ଗାଡି ମୋଟର ଯାଞ୍ଚ । ସନ୍ଦିଗ୍ଧ ବାବଦରେ ଜଣାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା । ୩ ଆତଙ୍କୀଙ୍କ ନାମ ସହ ଫଟୋ ଜାରି କଲା ବିହାର ପୋଲିସ । ସୂଚନା ଅନୁଯାୟୀ, ଏହି ତିନି ଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ସମସ୍ତେ ପାକିସ୍ତାନୀ । ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା । ଆଦିଲ ହୁସେନ ଉସମାନ୍ ଉବାହଲପୁରର ବାସିନ୍ଦା । ସେହିପରି ତୃତୀୟ ମହମ୍ମଦ ଉସମାନ୍ ବାହାବଲପୁରର ବାସିନ୍ଦା । ଏହି ତିନି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଜଡିତ ।
ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ତିନି ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ସୀମାନ୍ତ ଜିଲ୍ଲାଗୁଡ଼ିକର ଅଧିକାରୀଙ୍କ ସହ ସେୟାର କରାଯାଇଛି । ବିହାରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ମୁଖ୍ୟାଳୟ ଆତଙ୍କବାଦୀ କାର୍ୟ୍ୟକଳାପ ଉପରେ ନିରନ୍ତର ନଜର ରଖିଛି । ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିବା ପରେ ହାଇ ଆଲର୍ଟ ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login