ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପରୀକ୍ଷା ୨୦୨୬କୁ ନେଇ ଏକ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି । ସମସ୍ତ ସ୍କୁଲ ପାଇଁ ଏହା ଲାଗୁ ହେବ । ଚଳିତବର୍ଷ ୧୦ମ ବୋର୍ଡ ପରୀକ୍ଷା ୨ ଥର ହେବ । ତେଣୁ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ସିବିଏସଇ ସମସ୍ତ ସ୍କୁଲ ପାଇଁ ଗାଇଡଲାଇନ ଜାରି କରିଛି । ଯେଉଁଥିରେ ବୋର୍ଡ ସ୍କୁଲକୁ ୧୦ମ ଏବଂ ୧୨ଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଏଲଓସି ଅର୍ଥାତ୍ ଲିଷ୍ଟ ଅଫ୍ କ୍ୟାଣ୍ଡିଡେଟ୍ ସବମିଟ କରିବା ପାଇଁ ସିଡ୍ୟୁଲ ଜାରି କରିଛି । ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇ ବୋର୍ଡ ପରୀକ୍ଷାରେ ସାମିଲ ହେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଲିଷ୍ଟ ମାଗିଛନ୍ତି । ସିବିଏସଇ ପକ୍ଷରୁ କୁହାଯାଇଛି କି, ଚଳିତବର୍ଷ ୨୦୨୬ରେ ମୋଟ ୩ଟି ପରୀକ୍ଷା ଆୟୋଜିତ ହେବ । ୧୦ମର ଦୁଇଟି ଏବଂ ୧୨ଶର ଗୋଟିଏ ପରୀକ୍ଷା ହେବ । ତେଣୁ ୧୦ମ ବୋର୍ଡ ପରୀକ୍ଷା ମୁଖ୍ୟ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଲିଷ୍ଟ ଅପଲୋଡ କରିବା ନିହାତି ଜରୁରୀ ।
Views: 77











