ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ମଧ୍ୟରେ, ରୁଷ ପକ୍ଷରୁ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରାଯାଉଛି । ଏହି ସମୟରେ, ରୁଷ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ ଉପରେ ଏକ ବଡ଼ ଆକ୍ରମଣ କରିଛି । ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ ଋଷ ମିଶାଇଲ୍ ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି । ଗୁରୁବାର ପ୍ରତ୍ୟୁଷରେ ରୁଷ ଏହି ଆକ୍ରମଣ କରିଛି । ୟୁକ୍ରେନର ରାଜଧାନୀ କିଭରେ ଡ୍ରୋନ୍ ଏବଂ ମିଶାଇଲ୍ ଆକ୍ରମଣରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । କିଭର ସହରାଞ୍ଚଳ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ କିଶୋର ମଧ୍ୟ ଅଛନ୍ତି । ତକାଚେଙ୍କୋ କହିଛନ୍ତି ଯେ ଏକ ଆବାସିକ କୋଠାରେ ସିଧାସଳଖ ଆଘାତ ଲାଗିଛି । ସେ କହିଛନ୍ତି, “ସବୁକିଛି ନଷ୍ଟ ହୋଇଯାଇଛି ।”
Views: 132











