ଭୁବନେଶ୍ୱର ; ଆଇ ଆମ ଡାଉନ ବଟ୍ ନଟ୍ ଆଉଟ ନିଆଁରେ ଘିଅ ଢାଲିଳେ ଅଶୋକ ପଣ୍ଡା । କାଲି ବଦ୍ରି ପାତ୍ରଙ୍କ ପରେ ଆଜି ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କ ତେରଚ୍ଛା ବାଣ । କିଛି କହି ପାରିବିନି , ଯିଏ କହିଛନ୍ତି ଯାହା ଉଦେ୍ଦଶ୍ୟରେ କହିଛନ୍ତି ସେ କହିପାରିବେ । ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ । ୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ । ନବୀନ ସାଢେ ୪ କୋଟି ଓଡିଆଙ୍କ ସମ୍ପତ୍ତି, କୈାଣସି ବ୍ୟକ୍ତି ବିଶେଷଙ୍କର ନୁହଁନ୍ତି । ଶ୍ରୀ ରାମଙ୍କ ୧୪ ବର୍ଷ ବନବାସ ବେଳେ ଲକ୍ଷ୍ମଣ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ । ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି । ଦଳ ସମସ୍ତଙ୍କୁ ନେଇ ଚାଲିବ , ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ ।
Views: 67











