ନଆଦିଲ୍ଲୀ : ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନିଲ୍ ଚୌହାନ ଚୀନ, ପାକିସ୍ତାନକୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତର ପ୍ରସ୍ତୁତି ଉପରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସର୍ବଦା ଶାନ୍ତିର ସମର୍ଥକ ରହିଆସିଛି, କିନ୍ତୁ ଶକ୍ତି ବିନା ଶାନ୍ତି କେବଳ ଏକ କଳ୍ପନା ହୋଇ ରହିଥାଏ ।
ଜେନେରାଲ ଚୌହାନ ଅପରେସନ ସିନ୍ଦୂର ଏବଂ ଆଗାମୀ ସମୟରେ ଭାରତର ନୂଆ ପ୍ରତିରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର ଉପରେ ମଧ୍ୟ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି । ସିଡିଏସ କହିଛନ୍ତି ଯେ ଆଧୁନିକ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବାକୁ କେବଳ ଶାନ୍ତିର ଇଚ୍ଛା ପର୍ୟ୍ୟାପ୍ତ ନୁହେଁ, ବରଂ ଏହା ସହିତ ରଣନୀତିକ ଶକ୍ତି ଏବଂ ପ୍ରସ୍ତୁତି ମଧ୍ୟ ଜରୁରୀ । ସେ କହିଛନ୍ତି, ସୁଦର୍ଶନ ଚକ୍ର କେବଳ ଦେଶର ସାମରିକ ଏବଂ ବେସାମରିକ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବନାହିଁ, ବରଂ ଏହା ଭାରତର ପ୍ରତିରକ୍ଷା ରଣନୀତିରେ ନୂଆ ଦିଗ ମଧ୍ୟ ସ୍ଥିର କରିବ । ଭାରତର ନୂତନ ପ୍ରତିରକ୍ଷା ପ୍ରଣାଳୀ ‘ସୁଦର୍ଶନ ଚକ୍ର’ ସମ୍ପର୍କରେ ଚୌହାନ କହିଛନ୍ତି, ଏହି ପ୍ରଣାଳୀ ଭାରତର ଗୁରୁତ୍ୱପୂର୍ଣ୍ଣ ସାମରିକ, ବେସାମରିକ ଏବଂ ଜାତୀୟ ସ୍ଥାନଗୁଡ଼ିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ।
ଯଦି ଶାନ୍ତି ଚାହୁଁଛ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ ………ସିଡିଏସ ଜେନେରାଲ ଅନିଲ ଚୈାହାନଙ୍କ ଚେତାବନୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବର୍ଷାରେ ଭିଜିବ ଗଣେଶ ପୂଜା !
ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ରାଜ୍ୟରେ...
AICC ଏସସି ପରିଷଦରେ ଭକ୍ତ ଦାସ
ଭୁବନେଶ୍ୱର : AICC ଏସସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଦାସ । ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ । ଏଆଇସିସି...
ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ
ଜଳେଶ୍ୱର : ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ । ଭୋଗରାଇ ଥାନାରେ ଅଭିଯୋଗ କଲେ ନିଜେ ପୀଡିତା । ୫ ମାସ ଅଟକ...
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ
ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...