ପୁରୀ : ଗଠନ ହେଲା ଶ୍ରୀମନ୍ଦିର ୧୦ ଜଣିଆ ପରିଚାଳନା କମିଟି । ଏ ନେଇ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । କମିଟିରେ ସ୍ଥାନ ପାଇଲେ ୧୦ ଜଣ ସଦସ୍ୟ । ମୁକ୍ତି ମଣ୍ଡପ ପ୍ରତିନିଧି ସିଦେ୍ଧଶ୍ୱର ମହାପାତ୍ର ସ୍ଥାନ ପାଇଲେ । ସେବକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ , ସେବକ ପ୍ରତିନିଧି ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର ସେବକ ପ୍ରତିନିଧି ରାମନାରାୟଣ ଗୋଚ୍ଛିକାର ମଧ୍ୟ ସ୍ଥାନ ପାଇଲେ । ମଠ ପ୍ରତିନିଧି ଭାବେ ସ୍ଥାନ ପାଇଲେ ରଘୁବୀର ଦାସ ମହାରାଜ । ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ମଧ୍ୟ ସ୍ଥାନ ପାଇଲେ । ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ମଧ୍ୟ କମିଟିରେ ସ୍ଥାନିତ । ପରିଚାଳନା କମିଟିରେ ମହେଶ କୁମାର ସାହୁ ସ୍ଥାନିତ ।ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ପରେ, ଏବେ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ।
Views: 20