ନୂଆଦିଲ୍ଲୀ : ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ଯେ ମୃତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଏହି ଆକ୍ରମଣ ଦକ୍ଷିଣ ଗାଜାର ଏକ ହସ୍ପିଟାଲ ଉପରେ କରାଯାଇଛି ।
ସୂଚନାନୁଯାୟୀ, ଯେଉଁ ସମୟରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ଦଖଲ କରିବାକୁ ଯୋଜନା ଅନୁମୋଦନ କରୁଥିଲା ସେହି ସମୟରେ ଗାଜାରେ ଆକ୍ରମଣ ହୋଇଛି । ସୁରକ୍ଷା କ୍ୟାବିନେଟଠାରୁ ଅନୁମୋଦନ ପାଇବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ସମଗ୍ର ଅଞ୍ଚଳକୁ ପୁଣି ନିୟନ୍ତ୍ରଣ କରିବା ସହିତ ହମାସ ବିରୋଧୀ ବନ୍ଧୁ ଆରବୀୟମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି ।
Views: 26