The Ultimate Managed Hosting Platform
ADVERTISEMENT

ଦୁଷ୍କର୍ମ ପରେ ହତ୍ୟା ; ମାମୁକୁ ଆଜୀବନ

Facebook
Twitter
LinkedIn

ବ୍ରହ୍ମପୁର : ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପର୍କୀୟ ମାମୁକୁ ଆଜୀବନ । ମାତ୍ର ୪ ମାସରେ ସଜା ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏପ୍ରିଲ ୨୫ରେ ପାଟପୁର ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଥିଲା । ଗାଁରେ ରାତିରେ ଯାତ୍ରା ଚାଲିଥିବା ବେଳେ ସଂପର୍କୀୟ ମାମୁଁ ୫ ବର୍ଷର ଭାଣିଜିକୁ ଯାତ୍ରା ବୁଲାଇବାର ଲୋଭ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ତାକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଝିଅ ନିଖୋଜ ହୋଇଥିବା ଜାଣି ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।ସେପଟେ ଗାଁ ଲୋକ ସଂପର୍କୀୟ ମାମୁଁ ତଥା କାଳିଆ ନାହାକକୁ ଝିଅ ସହ ଦେଖିଥିବାରୁ ତାକୁ ପଚାରିବା ପରେ ସବୁ ସତ ଓଗାଳିଥିଲା ସେହି ସଂପର୍କୀୟ ମାମୁଁ । ଅଭିଯୁକ୍ତ ଗିରଫ ପରେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟରେ ଚାଲିଥିଲା ବିଚାର । ସୋମବାର ମାନ୍ୟବର ଜଜ୍ ନିଜ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖୁବ୍ କମ୍ ଦିନରେ ପାଟପୁର ଥାନାର ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତକୁ ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାରୁ ମୃତକ ଶିଶୁର ବାପା ଓ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login