The Ultimate Managed Hosting Platform
ADVERTISEMENT

ପାଣ୍ଡିଆନଙ୍କୁ ସରୋଜଙ୍କ ଟାର୍ଗେଟ ; ପାର୍ଟି ଟଙ୍କା ହଡପ କରିବାକୁ ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ପାଣ୍ଡିଆନଙ୍କୁ ବିଜେପିର ଆକ୍ଷେପ । ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସରୋଜ । ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍। ଆଜି ଏଭଳି ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ। ସାଧାରଣରେ ଚର୍ଚ୍ଚା ପାର୍ଟି ଫଣ୍ଡ ପାଇଁ ନବୀନଙ୍କ ଜୀବନ ବି ଯାଇପାରେ। କାଳେ କିଏ ନବୀନଙ୍କ ନିକଟତର ହେଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉ ନାହାନ୍ତି ପାଣ୍ଡିଆନ୍। ସେଥିପାଇଁ ଯେଉଁମାନେ ନବୀନଙ୍କ ସହ ଥିଲେ ସେମାନଙ୍କୁ ନବୀନ ନିବାସ ଠୁ ଦୁରେଇ ରଖିଛନ୍ତି ପାଣ୍ଡିଆନ୍।ସେ ଆହୁରି କହିଛନ୍ତି, ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି, ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କଣ ତାହା ଜଣା ପଡ଼ି ଯାଇଛି। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ୍ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ, ତେବେ ସେହି ଟଙ୍କାର ମାଲିକ ହୋଇଯିବେ ସେମାନେ। ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି। ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ୍ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login