ମୁମ୍ବାଇ : ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ପରିଣୀତି ଚୋପ୍ରା ! ସୋସିଆଲ ମିଡ଼ିଆରେ ଏହି ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିବା ପରେ ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଚାର ସୁଅ ଛୁଟୁଛି । ଶେଷରେ ଜୁନିଅର ଚଢା ଆସିବାକୁ ଯାଉଛନ୍ତି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। ସେ କହିଛନ୍ତି ଯେ ଏବେ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ ଛୋଟ ପାଦଚିହ୍ନ ଅଛି ଏବଂ ଏଥିରେ ‘୧+୧=୩’ ଲେଖାଯାଇଛିଟ୍ଟ ଏହା ଅଭିନେତ୍ରୀଙ୍କ ସ୍ବତନ୍ତ୍ରତା ଯାହା ସେ ଏବେ ମାଆ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଉଛି । ଯଦିଓ ସେ ସିଧାସଳଖ ଶବ୍ଦରେ ଗର୍ଭଧାରଣ ବିଷୟରେ କହି ନାହାଁନ୍ତି, କିନ୍ତୁ ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ସେ ଗର୍ଭବତୀ ଅଛନ୍ତି । ଏହା ବ୍ୟତୀତ ସେ ତାଙ୍କ ପୋଷ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କ ସହ ବିଦେଶରେ ବୁଲୁଥିବାର ଦେଖାଯାଉଛି । ଉଭୟ ପରସ୍ପରର ହାତ ଧରି ଚାଲୁଥିବାର ଦେଖାଯାଉଛି । ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି, “ଆମର ଛୋଟ ଦୁନିଆ ବାଟରେ ଅଛି ଟ୍ଟ ଆମକୁ ଆଶୀର୍ବାଦ କରନ୍ତୁ ।” ତାଙ୍କ କ୍ୟାପସନରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଏବଂ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ପରିଣୀତିଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଏହି ପୋଷ୍ଟରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସର୍ବପ୍ରଥମେ ତାଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତ୍ରୀ ଭୂମି ପେଡନେକର ତାଙ୍କୁ ଅଭିନନ୍ଦନ ଜଣାଇ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ।
ମାଆ ହେବାକୁ ଯାଉଛନ୍ତି ପରିଣୀତି !
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











