ଭୁବନେଶ୍ୱର : ୭ ହଜାର ଟଙ୍କା ଲାଞ୍ଚ ନେବ ବେଳେ ଧରାପଡିଲେ ବିଜେପୁର ଥାନା ଏସଆଇ । ଜଣା କବାଡିଆଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସସ ଟିମ୍ । ସୁରୁଖୁରୁରେ ବ୍ୟବସାୟ କରିବା ଓ ତାଙ୍କ ନାଁରେ କୌଣସି ମାମଲା ନ କରିବାକୁ ମାଗିଥିଲେ ଲାଞ୍ଚ । ୧୦ ହଜାର ଟଙ୍କାରେ ହୋଇଥିଲା ଡିଲ । ଆଜି ୭ ହଜାର ନେଉଥିବା ବେଳେ ଏସଆଇକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରି ଏସଆଇଙ୍କ ୩ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।
Views: 66