The Ultimate Managed Hosting Platform
ADVERTISEMENT

ମାହାଙ୍ଗା ଡବଲ ମର୍ଡର ମାମଲା; କୋର୍ଟରେ ହାଜର ହେଲେ ଆଇଆଇସି ନିରଞ୍ଜନ ମହାନ୍ତି

Facebook
Twitter
LinkedIn

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହେଲେ ମାହାଙ୍ଗା ଧାନା ଆଇଆଇସି ନିରଞ୍ଜନ ମହାନ୍ତି । ମାମଲାର ଅପ-ଟୁ-ଡେଟ୍ କେସ୍ ଡାଏରୀ ସହିତ ସିଡିଆର ସଂଗ୍ରହ ଓ ସଂରକ୍ଷର ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବାକୁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟ ଚେତାବନି ଦେଇଥିଲେ ଯେ, ଏହିସବୁ ତଥ୍ୟ ସହିତ ଡିସେମ୍ବର ୧୦ ତାରିଖ ୧୦ଟା ସୁଦ୍ଧା କୋର୍ଟରେ ହାଜର ନହେଲେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାନୁଯାୟୀ, ଗତ ୪ ତାରିଖ ଦିନ ଅଧିକ ସମୟ ଲୋଡ଼ି ମାହାଙ୍ଗା ଥାନା ଅଧଡ଼ିକାରୀ ଦାୟର କରିଥିବା ପିଟିସନକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ଖାରଜ କରିଥିଲେ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ମୋବାଇଲ୍ ଫୋନ୍ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ୨୦୨୧, ଡିସେମ୍ବର ୧୦ ସକାଳ ୧୦ଟା ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଯଦି ତଦନ୍ତକାରୀ ଅଧିକାରୀ କେସ୍ ଡାଏରି ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କିତ ରିପୋର୍ଟ ଦାଖଲ କରିବାରେ ବିଫଳ ହୁଅନ୍ତି ତେବେ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ । ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ଅସମ୍ମାନ ଏବଂ ଫୌଜଦାରୀ କାର‌୍ୟ୍ୟବିଧି ସଂହିତାର ଉଦ୍ଦେଶ୍ୟମୂଳକ ଉଲ୍ଲଂଘନ ଭାବେ ଦେଖାଯିବ। ଏଭଳି ସ୍ଥିତିରେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଠୋର ତଥା ଶାସ୍ତିମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତ ବାଧ୍ୟ ହେବେ ବୋଲି ଡିସେମ୍ବର ୪ର ରାୟରେ ସ୍ପଷ୍ଟ କରାଯାଇଥିଲା ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଦାଲତ କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login