ପଞ୍ଜାବ ; ହୋଶିୟାରପୁର-ଜଳନ୍ଧରର ଜାତୀୟ ରାଜମାର୍ଗରେ ଥିବା ଏଲପିଜି ଟ୍ୟାଙ୍କର ଏବଂ ଗାଡି ଧକ୍କା ହେବା ପରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯାହାଦ୍ବାରା ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । କିନ୍ତୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ରାତି ପ୍ରାୟ ୧୦:୪୫ ସମୟରେ ହୋସିଆରପୁରର ମାଡିଆଲା ଆଡ୍ଡା ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳୁଛି ।ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ୨ଜଣଙ୍କ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଆହତଙ୍କୁ ସିଭିଲ୍ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ରେଫର କରାଯାଇଥିଲା ।ଅନ୍ୟପଟେ ଏହି ଘଟଣାକୁ ଆୟତ୍ତ କରିବା ପାଇଁ ପୋଲିସ ହୋଶିୟାରପୁର-ଜଳନ୍ଧର ରାଜମାର୍ଗରେ ବ୍ୟାରିକେଟ୍ ଲଗାଇବା ସହ ଗାଡ଼ି ଚଳାଚଳକୁ ବନ୍ଦ କରିଛି ।
Views: 87